//BREAKING//
Loading...

e-KYC କଲେ, ଆସିଲା THR ପହଞ୍ଚିଥିବା SMS; କିନ୍ତୁ ହିତାଧିକାରୀଙ୍କ ହାତରେ ନାହିଁ ସାମଗ୍ରୀ

ଜୟପାଟଣା: (ରୁଦ୍ର ପ୍ରସାଦ ବନମାଳୀ ମୁଣ୍ଡ) ଘଣ୍ଟିଗୁଡା ଅଙ୍ଗନବାଡ଼ି କେନ୍ଦ୍ରରେ e-KYC କରିବା ପରେ ଗର୍ଭବତୀ ମହିଳାଙ୍କ ମୋବାଇଲକୁ ଆସିଲା ଟେକ୍ ହୋମ୍ ରାସନ (THR) ପହଞ୍ଚିଥିବା SMS। କିନ୍ତୁ ବାସ୍ତବରେ ହିତାଧିକାରୀଙ୍କ ହାତରେ THR ସାମଗ୍ରୀ ପହଞ୍ଚିନଥିବା ଅଭିଯୋଗ ଏବେ ପ୍ରଶ୍ନ ଉଠାଇଛି। ଘଣ୍ଟିଗୁଡା ଅଙ୍ଗନବାଡ଼ି କେନ୍ଦ୍ରର ଜଣେ ଗର୍ଭବତୀ ହିତାଧିକାରୀ ଭାରତୀ ବଞ୍ଜାରା e-KYC କରିଥିଲେ। e-KYC ପରେ ତାଙ୍କ ମୋବାଇଲକୁ ଏକ SMS ଆସିଥିଲା। SMSରେ ଲେଖାଥିଲା—“ଆପଣଙ୍କର ଟେକ୍ ହୋମ୍ ରାସନ ୨୫ ଦିନ ପାଇଁ ଆଜି ପହଞ୍ଚାଇ ଦିଆଯାଇଛି।” ଯଦି THR ମିଳିନାହିଁ, ତେବେ ୧୫୧୫ ନମ୍ବରରେ ଯୋଗାଯୋଗ କରିବାକୁ ମଧ୍ୟ SMSରେ ଉଲ୍ଲେଖ ରହିଛି।କିନ୍ତୁ ହିତାଧିକାରୀଙ୍କ ଅଭିଯୋଗ ଅନୁସାରେ, SMS ଆସିଥିଲେ ମଧ୍ୟ ତାଙ୍କୁ ବାସ୍ତବରେ ୨୫ ଦିନର THR ସାମଗ୍ରୀ ମିଳିନାହିଁ। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗର୍ଭବତୀ ମହିଳାଙ୍କ ପୋଷଣ ପାଇଁ ଦିଆଯାଉଥିବା THR ପ୍ରକୃତରେ ହିତାଧିକାରୀଙ୍କ ନିକଟରେ ପହଞ୍ଚୁଛି କି ନାହିଁ, ତାହାର ଯାଞ୍ଚ କରିବା ସହ ଘଟଣାର ତଦନ୍ତ କରିବାକୁ ଦାବି ହୋଇଛି।


Post a Comment

Previous Post Next Post